ମାରୱାଡ଼ି ମହିଳା ସମ୍ମିଳନୀ ପକ୍ଷରୁ ରକ୍ତଦାନ ଶିବିର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପହଡ଼ ମାରୱାଡ଼ି ମହିଳା ସମ୍ମିଳନୀ ପକ୍ଷରୁ ବେଲପାହଡ଼ ଯୁବ ମଞ୍ଚର ସହଯୋଗରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାରେ ରକ୍ତର ଅଭାବକୁ ଦୂର କରିବା ସହ ଲୋକଙ୍କୁ ସ୍ୱଇଚ୍ଛାରେ ରକ୍ତଦାନ କରିବା ଦିଗରେ ସଚେତନ କରିବା ପାଇଁ ମାରୱାଡ଼ି ମହିଳା ସମ୍ମିଳନୀ ପକ୍ଷରୁ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଛି।

ଏନେଇ ସଂଗଠନର ସଭାପତି ସୁନିତା ଗଏନକା ସୂଚନା ଦେଇଛନ୍ତି। ଏହି ଅବସରରେ ସମ୍ପାଦିକା ସରିତା ରୁଙ୍ଗଟା, ସ୍ୱିଟି ଅଗ୍ରୱାଲ, ଗାୟତ୍ରୀ ଅଗ୍ରୱାଲ, ବବିତା ଅଗ୍ରୱାଲ, ରୋଶ୍ମି ସେକ୍ସେରିଆ, କୋମଲ ଅଗ୍ରୱାଲ, ସୁଧା ଅଗ୍ରୱାଲ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ରକ୍ତଦାନ କରିବା ସହ ଶିବିରର ଆୟୋଜନରେ ସହଯୋଗ କରିଥିଲେ। ଝାରସୁଗୁଡ଼ା ରକ୍ତ ଭଣ୍ଡାର ଅଧିକାରୀ ଶୌଳବନ୍ତି ଜୋଜୋ, କିରନ କୁମାର ସାହୁ, ଦୋଳଗୋବିନ୍ଦ ଛଛାନ, ଭବାନୀ ଶଙ୍କ ସୁନ୍ୟାନୀ, ଦିଲ୍ଲୀପ କୁମାର ବାଞ୍ଛୋର ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ତୁଲାଇଥିଲେ।