Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଓଡିଶା- ଝାରଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ୩ ଡକାୟତ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଓଡିଶା- ଝାରଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ୩ ଡକାୟତ ଗିରଫ

ଦେବଗଡ,ଏନ୍ଏନ୍ଏସ୍: ବାରକୋଟ ଥାନା ଅଞ୍ଚଳରୁ ଲୁଟ୍ ହୋଇଥିବା ଏକ ଟ୍ରକକୁ ବାରକୋଟ ଥାନା ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ତିନିଜଣ ଡକାୟତଙ୍କୁ ଓଡିଶା- ଝାରଖଣ୍ଡ ସୀମାନ୍ତବର୍ତ୍ତୀ କଂଜରୀଆ ଅଞ୍ଚଳରୁ ଗିରଫ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ତାରିଖ ମଧ୍ୟ ରାତ୍ରିରେ ବାରକୋଟ ଥାନା ଅନ୍ତର୍ଗତ ବାହାଡ଼ାପୋସି ଗ୍ରାମରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ଛିଡା ହୋଇଥିବା ଏକ ଦଶ ଚକିଆ ଟ୍ରକକୁ କେତେକ ଦୁର୍ବୃତ୍ତ ଲୁଟି ନେଇଥିଲେ। ଏ ସମ୍ପର୍କରେ ଗାଡି ମାଲିକ କେନ୍ଦୁଝର ଜ଼ିଲ୍ଲା ତେଲକୋଇ ଅଂଚଳର ପ୍ରସନ୍ନ କୁମାର ସାହୁ ଗତ ୪ ତାରିଖ ଦିନ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିଲା। ଏହି ଘଟଣାରେ ସମ୍ବଲପୁର ଜ଼ିଲ୍ଲା ବୁର୍ଲା ଥାନାଞ୍ଚଳର ମାନସ ରଞ୍ଜନ ଧଳା (୩୪), ସମ୍ବଲପୁର ଜ଼ିଲ୍ଲା ଶାସନ ଥାନାଞ୍ଚଳର ଅଶୋକ କୁମାର ପଣ୍ଡା(୪୦) ଓ ଝାରଖଣ୍ଡ ରାଜ୍ୟ ରାମଗଡ ଜ଼ିଲ୍ଲା ପାତ୍ରତୁ ଅଞ୍ଚଳର ପିଣ୍ଟୁ କୁମାର ସମ୍ପୃକ୍ତ ଥିବା ଜାଣିଥିଲେ।

ସୋମବାର ବାରକୋଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ବେହେରା ଓ ଏସଆଇ ଦେବବ୍ରତ ନାୟକ ସେମାନଙ୍କୁ ଓଡିଶା-ଝାରଖଣ୍ଡ ସୀମାନ୍ତବର୍ତ୍ତୀ ବୀରମିତ୍ରପୁର ଥାନା ଅଞ୍ଚଳର କୁଂଜରୀଆ ଗ୍ରାମରେ ଲୁଚିଥିବା ଜାଣି ଚଢ଼ଉ କରି ଗିରଫ କରିଥିଲେ। ସେମାନଙ୍କ ଠାରୁ ଲୁଟ୍ ଟ୍ରକକୁ ଉଦ୍ଧାର କରିଥିଲେ। ମଂଗଳବାର ୩ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।