Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କଲେ ଚାଷୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମଣ୍ଡି ଅବ୍ୟବସ୍ଥା ନେଇ ରାସ୍ତା ଅବରୋଧ କଲେ ଚାଷୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମଣ୍ଡିରେ ବ୍ୟବସ୍ଥା ନେଇ ରାସ୍ତାରୋକ କଲେ ଚାଷୀ। ଏଭଳି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ସଦର ଠାରେ ଦେଖିବାକୁ ମିଳିଛି। ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋରୁକୋଣ୍ଡା ସଦର ସ୍ଥିତ ଖିଲଗୁଡା ଛକ ନିକଟରେ ଶତାଧିକ ଚାଷୀ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଦୁଇ ପାର୍ଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିବା ସହ ବିଜୁ ହେଲଥ ଏକ୍ସପ୍ରେସକୁ ମଧ୍ୟ ଚାଷୀମାନେ ଛାଡି ନଥିଲେ। ପ୍ରତି ବର୍ଷ ସରକାର ଙ୍କ ପକ୍ଷରୁ ହେଉଥିବା ଧାନ ମଣ୍ଡିର ଅବ୍ୟବସ୍ଥା ନିମନ୍ତେ ଚାଷୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଧାନ କିଣାରେ ସରକାର ସୁଧାର ଆଣି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତବର୍ଷ ଧାନ ମଣ୍ଡି ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ କିପରି ଶୀଘ୍ର ମଣ୍ଡି ଶେଷ ହୋଇଯାଇଛି। କିନ୍ତୁ ଅଧିକାଂଶ ଚାଷୀଙ୍କର ଚଳିତବର୍ଷ ଏକ କିଲୋ ମଧ୍ୟ ମଣ୍ଡିରେ ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି। ମଣ୍ଡି ଅବ୍ୟବସ୍ଥା ରେ ସୁଧାର ଆଣିବା ନିମନ୍ତେ ଚାଷୀ ଙ୍କୁ ତାରିଖ ଅନୁଯାୟୀ ମଣ୍ଡି କୁ ଧାନ ଆଣିବା ନିମନ୍ତେ ଅନଲାଇନ ମେସେଜ ମାଧ୍ୟମରେ ଟୋକନ ପ୍ରଦାନ କରାଯାଇଥିଲା। କିନ୍ତୁ ଜାନୁଆରୀ ୧୫ ଠାରୁ କୌଣସି ଚାଷୀ ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରିନଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀ ଜିଲ୍ଲା ସିଏସଓ ଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ତେଣୁ ଶେଷରେ ଆଜି ବାଧ୍ୟହୋଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଷୀମାନେ ସକାଳ ୭ ଟାରୁ ରାସ୍ତାରୋକ କରିଥିବା କହିଛନ୍ତି। ଏହି ଧାରଣାରେ ଗୋବିନ୍ଦ ପାତ୍ର, ବନମାଳୀ ପାତ୍ର, ସୁରେନ୍ଦ୍ର ହାଲବା, ରୁଦ୍ରାକ୍ଷା ଚକ୍ରଧର, ସୋନୁ ଖେମୁଣ୍ଡୁ ଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।