ଭୁବନେଶ୍ୱରରୁ ପୁଣି ନକଲି କାରଖାନା ଠାବ, ଫର୍ଣ୍ଣିଚର କାରଖାନାରେ ପ୍ରସ୍ତୁତ ହେଉଥିଲା ମୃଦୁ ପାନୀୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ପୁଣି ନକଲି କାରଖାନା ଠାବ କରିଛି ପୁଲିସ। ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଫର୍ଣ୍ଣିଚର କାରଖାନାରେ ଏହି ନକଲି ମୃଦୁ ପାନୀୟ ପ୍ରସ୍ତୁତ ହେଉଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଥିଲା। ଆଜି ଉକ୍ତ କାରଖାନା ଉପରେ ପୁଲିସ ଚଢଉ କରିଛି।  ଚଢ଼ଉବେଳେ ବିପୁଳ ପରିମାଣର ନକଲି ସାମଗ୍ରୀ ଠାବ ହୋଇଛି ।

ପ୍ରକାଶ ଯେ, ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନକଲି ଖାଦ୍ୟ ସାମଗ୍ରୀ କାରଖାନାରେ ଚଢଉ ଜାରି ରହିଛି । କଟକ, ସମ୍ବଲପୁର, ଯାଜପୁର, ଜଳେଶ୍ୱର ଆଦି ଅଞ୍ଚଳରେ ନକଲି କାରଖାନାମାନ ଠାବ ହୋଇଛି । ଏହିସବୁ କାରଖାନାରୁ ବିପୁଳ ପରିମାଣ ନକଲି ସାମଗ୍ରୀ ଜବତ ହୋଇଛି ।