କଳାହାଣ୍ଡି ଟ୍ରିପଲ ମର୍ଡର ଘଟଣାରେ ବାପା ମାଷ୍ଟରମାଇଣ୍ଡ

କଳାହାଣ୍ଡି,ଏନ୍ଏନ୍ଏସ୍: ଭବାନୀପାଟଣା ସଦରଥାନା ଅନ୍ତର୍ଗତ ସିଂଝରଣ ଗ୍ରାମରେ ଜଣେ ମା ତାର ୨ ସନ୍ତାନକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଘଟଣା ସଂପୂର୍ଣ୍ଣ ମିଥ୍ୟା। ନାଟକୀୟ ଢ଼ଙ୍ଗରେ ଏହି ୩ଜଣଙ୍କୁ ମାରିଥିଲା ମୃତା ମହିଳାଙ୍କ ସ୍ୱାମୀ ଲିଙ୍ଗ ମାଝୀ। ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀ ଓ ୨ ପିଲାଙ୍କୁ ହତ୍ୟା କରିଥିଲା। ଏହି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୁଲିସ।

କଳାହାଣ୍ଡି ପୁଲିସ ଏସପି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁଲସ ଲିଙ୍ଗକୁ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାଶଯୋଗ୍ୟ, ସୋମବାର ଦୁଇ ପୁଅ ରବିନ୍ଦ୍ର ମାଝୀ(୪), ଦୁଷ୍ମନ୍ତ ମାଝୀଙ୍କ ଗଳାକାଟି ହତ୍ୟା କରାଯାଇଥିଲା। ପରେ ବିମଳାଙ୍କ ମୃତଦେହ ଏକ ଟ୍ରେନ ଲାଇନ କଡରୁ ମିଳିଥିଲା।