ସମ୍ବଲପୁରରେ ଏନକାଉଣ୍ଟର, ପୁରୀରେ ଡବଲ ଏନକାଉଣ୍ଟର

ସମ୍ବଲପୁର/ପୁରୀ: ସମ୍ବଲପୁର ଓ ପୁରୀରେ ମଙ୍ଗଳବାର ୩ଟି ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଛି। ଏଥିରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଜଣେ ନାବାଳକ ଓ ଅନ୍ୟ ଜଣେ ସହଯୋଗୀ ସହ ସମ୍ବଲପୁରର ଧନୁପାଲି ଥାନା କୁଲୁଥକାନି ନିକଟରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିଲା କୁଖ୍ୟାତ ଅପରାଧୀ ତ୍ରିଦେବ ବାଘ।

ଖବର ପାଇ ପୁଲିସ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ପୁଲିସ ଚଢ଼ାଉ କରିଥିଲା। ଆଗ ତ୍ରିଦେଵ ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ଗୁରୁତର ଆହତ ହୋଇଛି। ତ୍ରିଦେବକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ସେମାନଙ୍କ ପାଖରୁ ୩୦ ହଜାର ଟଙ୍କା ସହ ମାରଣାସ୍ତ୍ର ଜବତ କରିଛି।

ସେହିଭଳି ପୁରୀ ଜିଲ୍ଲାରେ ଡବଲ ଏନ୍‌କାଉଣ୍ଟର ହୋଇଛି। ସୋମବାର ରାତିରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଏନକାଉଣ୍ଟର ହୋଇଥିବାବେଳେ ଏଥିରେ ଦୁଇଜଣ ଦୁର୍ଦ୍ଦାନ୍ତ ଅପରଧୀ ଆହତ ହୋଇଛନ୍ତି।  ଆହତ ଅପରାଧିମାନେ ହେଲେ ବ୍ରାଉନ ସୁଗାର ଓ କୋରେସ୍କ ବ୍ୟବସାୟୀ ବିଶୁ ଓରଫ୍ ବିଶ୍ୱରଞ୍ଜନ ସାହୁ ଏବଂ ବାଲି ମାଫିଆ ଟିକି ମିଆଁ ଓରଫ୍ ସିୟାମତ୍ ଖାନ୍।

ରାତିରେ ବିଶ୍ୱ ରଞ୍ଜନ ତାଳବଣିଆ ଥାନା ଅଞ୍ଚଳରେ ଥିବା ନେଇ ଖବର ପାଇବା ପରେ କୁମ୍ଭାରପଡ଼ା ପୁଲିସ ତାକୁ ଧରିବା ପାଇଁ ଚେଷ୍ଟା କରିଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।  ପରେ ପୁଲିସ ବିଶୁକୁ ଏନ୍‌କାଉଣ୍ଟର କରିଥିଲା। ପୁଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୁଳି ସହ ଏକ ବାଇକ ଜବତ କରିଛି।

ସେହିପରି ବାଲି ମାଫିଆ ଟିକି ଖାଁକୁ ବାଶେଳି ଥାନା ପୁଲିସ୍ ଏନ୍‌କାଉଣ୍ଟର କରିଛି। ଗତକିଛି ଦିନ ହେଲା ସିପସରୁ ବାଲି ଅଞ୍ଚଳରୁ ଟିକି ଖାଁ ବାରମ୍ୱାର ବାଲି ଉଠାଉଥିବା  ଖବର ପାଇ ପୁଲିସ୍‌ ତାକୁ ଜଗି ରହିଥିଲା ଓ କାଲି ବିଳମ୍ବିତ ରାତିରେ ତାକୁ ଏନକାଉଣ୍ଟର କରିଛି । ଦୁଇ ଅପରାଧୀଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ତେବେ ସୋମବାର ରାତିରେ ବାଲି ଚୋରା ଚାଲାଣ କରାଯାଉଥିବା ସମୟରେ ପୁଲିସ୍‌ ଚଢଉ କରିଥିଲା। ହେଲେ ଟିକି ଖାଁ ପୁଲିସ୍‌ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବରେ ପୁଲିସ୍‌ର ଗୁଳି ମାଡ଼ରେ ଟିକି ଖାଁ ଆହତ ହୋଇଛି। ତାକୁ ପ୍ରଥମେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମାତ୍ର ସେଠାରେ  ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି।  ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ମଧ୍ୟ ଜବତ କରାଯାଇଛି।

ଟିକି ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି।  ପୁଲିସ ତା’ଠାରୁ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି