ବାମପନ୍ଥୀଙ୍କ ତୁଳନାରେ ମମତାଙ୍କ ଶାସନ ଅଧିକ ଖରାପ: ଅମିତ ଶାହ

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାର ଥିଲା ବେଳେ ଯେଭଳି ସ୍ଥିତି ଥିଲା ମମତା ବାନାର୍ଜୀଙ୍କ ସରକାର ସମୟରେ ସ୍ଥିତି ଅଧିକ ଖରାପ ହୋଇପଡିଛି ବୋଲି କହିଛନ୍ତି, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ। ଅମିତ ଶାହ ହାୱଡ଼ାରେ ଏକ ଜନସମାବେଶକୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରି ଶାହ କହିଛନ୍ତି, ମୋଦୀ ସରକାର ଜନକଲ୍ୟାଣ ଲାଗି କାର୍ଯ୍ୟ କରୁଛନ୍ତି। ଅପରପକ୍ଷରେ ମମତା ବାନାର୍ଜୀଙ୍କ ସରକାର ପଶ୍ଚିମବଙ୍ଗରେ ଭତିଜାକଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ଶାହ ଆହୁରି କହିଛନ୍ତି, କାହିଁକି ଏତେ ସଂଖ୍ୟାରେ ତୃଣମୂଳ କଂଗ୍ରେସ ନେତାମାନେ ବିଜେପିରେ ଯୋଗ ଦେଉଛନ୍ତି? ଏହାର କାରଣ ସେ ରାଜ୍ୟବାସୀଙ୍କର ସମସ୍ୟା ଦୂର କରିପାରୁନାହାନ୍ତି। ନିର୍ବାଚନ ସମୟ ଆସିଗଲେ ତାଙ୍କୁ ଛାଡି ସମସ୍ତେ ଚାଲିିଯିବେ।
ହାୱାଡାରେ ଦଳୀୟ କର୍ମୀଙ୍କୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରି ଶାହ କହିଛନ୍ତି, ତୃଣମୂଳ କଂଗ୍ରେସ ପ୍ରିୟାପ୍ରୀତି ତୋଷଣକୁ ପ୍ରାଥମିକତା ଦେଉଛି।

ଟିଏମ୍ସିର ସ୍ଳୋଗାନ ‘ମା, ମାଟି, ମାନୁଷ’ ସମ୍ପର୍କରେ ସେ କହିଛନ୍ତି, ଏହି ଦଳ ପ୍ରକୃତରେ ଦୂର୍ନୀତିରେ ବୁଡିରହିଛି। ଉଲ୍ଲେଖଯୋଗ୍ୟ ଗତ ଶନିବାର ତୃଣମୂଳ କଂଗ୍ରେସ ୫ ନେତା ବିଜେପିରେ ଯୋଗ ଦେଇଥିଲେ। ଏହି ନେତାମାନେ ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟିବା ପରେ ବିଜେପିରେ ଯୋଗ ଦେଇଥିଲେ। ଟିଏମ୍ସିର ଏହି ନେତାମାନେ ହେଲେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ, ବୈଶାଳୀ ଡାଲ୍ମିଆଁ, ହାୱଡାର ପୂର୍ବତନ ମେୟର ରଥିନ୍ ଚକ୍ରବର୍ତ୍ତୀ ଓ ଅଭିନେତା ରୁଦ୍ର ନୀଳ ଘୋଷ।