ମମତା ସରକାର ‘ପୁତୁରା-କଲ୍ୟାଣ’ ଦିଗରେ କାମ କରୁଛି : ଶାହ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଭିଡିଓ କନଫ୍ରେନ୍ସିଂ ଜରିଆରେ ପଶ୍ଚିମବଙ୍ଗର ଏକ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶାହ କହିଛନ୍ତି ଯେ, କେନ୍ଦ୍ରର ମୋଦୀ ସରକାର ‘ଜନ କଲ୍ୟାଣ’ କାର୍ଯ୍ୟ କରୁଥିବାବେଳେ ମମତା ବାନାର୍ଜୀ ସରକାର ବଙ୍ଗଳାରେ ‘ପୁତୁରା କଲ୍ୟାଣ’ ଦିଗରେ କାମ କରୁଛନ୍ତି। ମମତା ସରକାର ଲୋକଙ୍କ ଆଂକାକ୍ଷାକୁ ପୂରଣ କରିବାରେ ବିଫଳ ହୋଇଛିି। ସେଥିପାଇଁ ତୃଣମୂଳ ନେତା ବିଜେପିରେ ସାମିଲ ହେଉଛନ୍ତି, ଦୀଦୀଙ୍କୁ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି।

ଶାହ ଆହୁରି କହିଛନ୍ତି ଯେ, ମମତା ଦୀଦୀଙ୍କ ସରକାର ବଙ୍ଗଳା ଭୂମିକୁ ରକ୍ତ ରଞ୍ଜିତ କରି ଦେଇଛନ୍ତି। ଦୀଦୀ ଅନୁପ୍ରବେଶକାରୀଙ୍କୁ ବଙ୍ଗଳାରେ ପ୍ରବେଶ କରିବାର ସ୍ୱାଧୀନତା ଦେଇଛନ୍ତି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହେବାକୁ ଥିବା ବିଜେପି ସରକାର କେବଳ ଏହି ଅନୁପ୍ରବେଶକାରୀଙ୍କୁ ରୋକିପାରିବ।