ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ତୁରୁମୁଙ୍ଗା ମେଡିକାଲ ଠାରୁ କଲେଜ ରାସ୍ତାକୁ ମୋରମ ପକାଇ ସମତୁଲ କରିଛନ୍ତି ଗ୍ରାମର କିଛି ଯୁବକ। ଦୀର୍ଘ ଦିନ ଧରି ଉକ୍ତ ରାସ୍ତାଟି ଖାଲ ଖମାରେ ପରିପୂର୍ଣ୍ଣ ଥିବାବେଳେ ଉକ୍ତ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁନଥିଲା। ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ ସ୍ଥାନୀୟ ବାସିନ୍ଦା ଯିବା ଆସିବା କରୁଥିବା ବେଳେ ଆଖପାଖ ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ମେଡିକାଲକୁ ଆସିବା ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି। ଖାଲ ଖମା ଯୋଗୁଁ ଅନେକ ହଇରାଣ ହରକତ ହୋଇ ଆସୁଥିବା ବେଳେ ଗ୍ରାମର କିଛି ଉଦ୍ୟମାନ ଯୁବକ ନିଜ ଖର୍ଚ୍ଚରେ ରାସ୍ତାରେ ମୋରମ ପକାଇ ରାସ୍ତାକୁ ସମତୁଲ କରିଛନ୍ତି।
ତୁରୁମୁଙ୍ଗା ପଞ୍ଚାୟତର ସମିତିସଭ୍ୟ ଗୌତମ ପୃଷ୍ଟିଙ୍କ ନେତୃତ୍ୱରେ ଅଯୋଧ୍ୟା ପୃଷ୍ଟି, ତପନ ସାହୁ, ରାମଚନ୍ଦ୍ର ସାହୁ, ବରୁଣ କୁମାର ସାହୁ, ଦୁନ୍ଦୁ ସାହୁ, ଜତୀନ୍ଦ୍ର ସାହୁ, ଅଜିତ ଦେହୁରୀ ପ୍ରମୁଖଙ୍କ ସହଯୋଗରେ ଉକ୍ତ ରାସ୍ତାକୁ ସମତୁଲ କରାଯାଇଛି। ଗ୍ରାମବାସୀଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।