ଭାରସାମ୍ୟ ହରାଇ ଓଲଟିଲା କାର୍, ୨ ଆହତ

ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ଥାନା ଅନ୍ତର୍ଗତ ଲୁଲଙ୍ଗ ଗ୍ରାମ ନିକଟରେ ଆଜି ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଡ୍ରାଇଭର ସମେତ ୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ୪ଟାରେ ଲୁଲଙ୍ଗ ଗ୍ରାମ ନିକଟରେ କାର୍ (ଓଡି-୦୨ଏଇ-୮୯୪୪) ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ସମୟରେ ନିକଟରେ ଖେଳ ପଡିଆରେ ଖେଳୁଥିବା କିଛି ଖେଳାଳି ଦୁର୍ଘଟଣା ସ୍ଥଳକୁ ଦୌଡି ଆସି କାରଟିର ଚକା ତଳକୁ କରି ଭିତରେ ବସିଥିବା ଦୁଇ ଜଣକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରିଥିଲେ।

ପରେ ତାଙ୍କ ପରିବାର ଆସି ଆହତ ୨ ଜଣଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ପ୍ରକାଶ ଥାଉକି ସେମାନେ ତାଳଚେର ସ୍ଥିତ କୌଣସି ଏକ ଘରୋଇ କମ୍ପାନୀର କାର୍ଯ୍ୟରତ କର୍ମଚାରୀ। କୌଣସି କାର୍ଯ୍ୟରେ ସେମାନେ ସମ୍ବଲପୁର ଯାଇ ଫେରୁଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ମିଳିପାରି ନାହିଁ।