ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା କୁସୁପୁର ସେତୁ ଲୋକାର୍ପିତ

କୁଆଁପାଳ,ଏନ୍ଏନ୍ଏସ୍: କୁସୁପୁର ଶୀପୁରା ପୂର୍ତ୍ତ ସଡକର ବିରୂପା ନଦୀ ଉପରେ ନିର୍ମିତ ନୂତନ ସେତୁକୁ ଆଜି ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ କରାଯାଇଛି। ୨୭୩.୭୨ ମିଟର ଲମ୍ବ ଏବଂ ୭.୫୦ ମିଟର ଓସାର ବିଶିଷ୍ଟ ଏହି ସେତୁ ପୂର୍ଣ୍ଣାଙ୍ଗ ପାଇଁ ୧୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନ୍ତ୍ରୀ ଶ୍ରୀ ଜେନା କୃତଜ୍ଞତା ଜଣାଇଛନ୍ତି।

ଏହି ସେତୁର ଉଦଘାଟନ କାର୍ଯ୍ୟକ୍ରମରେ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ, ଉପାଧ୍ୟକ୍ଷା ରସିଦା ବେଗମ, ବ୍ଲକ୍ ବିଜେଡି ସଭାପତି ରାଜକିଶୋର ଜେନା, ଯୁବବିଜେଡି ସଭାପତି ଶରତ ମହାପାତ୍ର, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ହୃଷୀକେଶ ସ୍ୱାଇଁ, ମୋନାଲିସା ଦାସ, ସରପଞ୍ଚ ପଙ୍କଜ ସାହୁ, ସମିତିସଭ୍ୟ ପ୍ରଶାନ୍ତ କୁମାର ରାଉତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ସିଂ, ଆଇନଜୀବୀ ଶ୍ରୀବନ୍ତ ଜେନା, ସରପଞ୍ଚ ଭବାନୀ ସାମଲ, ପୂର୍ବତନ ସରପଞ୍ଚ ଭ୍ରମରବର ରାଉତରାୟ, ସରପଞ୍ଚ ଲିଜା ସାହୁ, ବିଭାଗୀୟ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।