ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର ରାଜପଥରେ ଅନୁଷ୍ଠିତ ପରେଡରେ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ମିଳିଛି। ଏହି ପ୍ରଜ୍ଞାପନ ମେଢରେ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମମନ୍ଦିରର ପ୍ରତିକୃତି, ଅଯୋଧ୍ୟାର ଦୀପୋତ୍ସବ ଓ ରାମାୟଣ ସଂକ୍ରାନ୍ତ କେତେକ ଧାର୍ମିକ ବିଷୟବସ୍ତୁକୁ ସ୍ଥାନିତ କରାଯାଇଥିଲା। ଉତ୍ତରପ୍ରଦେଶ ପଛକୁ ତ୍ରିପୁରାକୁ ୨ୟ ଓ ଉତ୍ତରାଖଣ୍ଡକୁ ୩ୟ ପୁରସ୍କାରରେ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ପରେଡରେ ବିଭିିନ୍ନ ରାଜ୍ୟର ୧୭ଟି, ବିଭିନ୍ନ ମନ୍ତ୍ରଣାଳୟର ୯ଟି, ପ୍ରତିରକ୍ଷା ବାହିନୀର ୬ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା।