ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଟାଉନ ଥାନା ପୁଲିସ ଚୋରା ଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ସହ ୨ଟି ଗାଡ଼ିକୁ ଜବତ କରିଛି । ସଂପୃକ୍ତ ମାମଲାରେ ୫ ଜଣଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି । ମିଳିଥିବା ରିପୋର୍ଟ ମୁତାବିକ, ବଲାଙ୍ଗିର ଟାଉନ ଥାନା ପୁଲିସ ଗତକାଲି ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ୨ଟି ଗାଡ଼ି ଆସୁଥିଲା । ଏହି ଗାଡି ୨ଟିକୁ ଅଟକାଇ ଯାଞ୍ଚ କରିବା ବେଳେ ଗଞ୍ଜେଇ ଥିବା ଜଣାପଡ଼ିଥିଲା । ଗାଡ଼ିରେ ୩୮ କେଜି ଗଞ୍ଜେଇ ରହିଥିଲା ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।