ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ପୁଲିସ ଜୋରସୋରରେ ଲାଗିପଡ଼ିଛି। ଇତିମଧ୍ୟରେ ଦିଲ୍ଲୀ ପୁଲିସ କମିସନର ଏସଏନ ଶ୍ରୀବାସ୍ତବ ପୁଲିସକର୍ମୀଙ୍କୁ ଚିଠି ଲେଖିଛନ୍ତି। ଆଗାମୀ କିଛିଦିନ ଆମ ପାଇଁ ବେଶ୍ ଚ୍ୟାଲେଞ୍ଜିଂ ହୋଇପାରେ ସେଥିପାଇଁ ସଚେତ ରହିବାର ଆବଶ୍ୟକତା ରହିଛି ବୋଲି କମିସନର ଲେଖିଛନ୍ତି।
ଶ୍ରୀବାସ୍ତବ କହିଛନ୍ତି ଯେ, ଜାନୁଆରୀ ୨୬ରେ କୃଷକ ଆନ୍ଦୋଳନରେ କୃଷକ ହିଂସକ ରୂପ ଧାରଣ କରିଥିଲେ ବି ଆପଣମାନେ ଧୈର୍ଯ୍ୟର ସହ ବୁଦ୍ଧିମତାର ପରିଚୟ ଦେଇଥିଲେ। ଆପଣଙ୍କ ଏଭଳି ଆଚରଣ ଯୋଗୁ ଦିଲ୍ଲୀ ପୁଲିସ ଏହି ସ୍ଥିତିକୁ ଭଲଭାବେ ସମ୍ଭାଳି ପାରିଲା। କୃଷକ ଆନ୍ଦୋଳନରେ ଆମର ୩୯୪ଜଣ ସାଥୀ ଆହତ ହୋଇଛନ୍ତି। କିଛି ଜଣଙ୍କ ଚିକିତ୍ସା ଏବେ ବି ହସ୍ପିଟାଲରେ ଜାରି ରହିଛି।