ବାରିପଦା,ଏଜେନ୍ସି: ମୟୁରଭଞ୍ଜ ବାରିପଦା ବଡ଼ସାହି ରାସ୍ତାର ଉରାନାଳ ସେତୁ କାମ ଚାଲିଥିବା ବେଳେ ଅଘଟଣ ଘଟିଛି। ସେତୁ ଓ ପିଲର ପାଇଁ ଖୋଳାଯାଉଥିବା ଖାତରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗଭୀର ପାଣି ଖାତରେ ଖସି ପଡ଼ିବାରୁ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। ୧୦ ଲକ୍ଷରୁ ଅଧିକ ଟଙ୍କାର କ୍ଷତିପୂରଣ ଦାବିରେ ଶବ ରଖି ଧାରଣା ଦେଇଥିଲେ ଶ୍ରମିକଙ୍କ ସହିତ ସ୍ଥାନୀୟ ଲୋକେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହା ପରେ ସେମାନେ ଧାରଣାରୁ ଓହରି ଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି। ଗତ ୨୦୧୯ ଜାନୁଆରୀ ୩୦ ତାରିଖରେ ଏହି ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା।