ଏନସିସି ରାଲିରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ଜାତୀୟ କ୍ୟାଡେଟ କର୍ପସ (ଏନସିସି)ର ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ବିପିନ ରାୱତ ଓ ୩ ଜଣ ସଶସ୍ତ୍ର ସେବା ମୁଖ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ୟାଡେଟ କର୍ପସଙ୍କ ଗାର୍ଡ ଅଫ୍ ଅନରର ଯାଞ୍ଚ ସହ ପରେଡ ମାର୍ଚ୍ଚର ସମୀକ୍ଷା କରିବେ। ଏଥିସହିତ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପ୍ରଦର୍ଶନ କରାଯାଇଛି।