ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ଭୋରରୁ ଭଇସା ଗାଁର ୪ ଜଣ ବ୍ୟକ୍ତି ନିକଟ ଗାଁ ଧୁବଲପଡାକୁ ଗୋରୁଙ୍କୁ ନେଇ ପାଳ ଆଣିବାକୁ ଯାଉଥିଲେ। ସେହି ସମୟରେ କଲେଜ ଛକଠାରେ ବିପରୀତ ଦିଗରୁ ଏକ ଡ଼ମ୍ପର ଗାଡି ଓଡ଼ି-୦୩ଜି-୪୭୯୯ ତାଙ୍କୁ ଓ ଗୋରୁଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଗୋରୁ ଗୁରୁତର ଆହତ ହୋଇଛନ୍ତି। ଏଥିସହ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କ୍ଷତିପୂରଣ ଦାବି ନେଇ ସ୍ଥାନୀୟ ଲୋକ ବଲାଙ୍ଗିର ପାଟଣାଗଡ଼ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଲୋକଙ୍କୁ ବୁଝାସୁଝା କରୁଛି।