୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚି ଠାରେ ଆସନ୍ତା ୧୨ ତାରିଖରେ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ଅନ୍ତର୍ଗତ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ·ଷୀଙ୍କୁ ନ୍ୟୁନତମ ୩୦୦୦ ଟଙ୍କା ପେନସନ ଯୋଗାଇ ଦିଆଯିବ ।

ଏହି ଯୋଜନାରେ ଆଗାମୀ ୩ ବର୍ଷ ପାଇଁ ୧୦,୭୭୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ୧୮ ରୁ ୪୦ ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିପାଇଁ ଆବେଦନ କରିପାରିବେ। ଚାଷୀମାନେ ସେମାନଙ୍କ ମାସିକ କିସ୍ତିକୁ ପିଏମ-କିଷାନ ଏବଂ ସିଏସସି ମାଧ୍ୟମରେ ଅଂଶଦାନ କରିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷା ସୁବିଧା ଯୋଗାଇବା ପାଇଁ ୪୦୦ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦ୍ଘାଟନ କରିବେ।