ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ନାବାଳକ ମୃତ

ବାଲେଶ୍ୱର,ଏନ୍ଏନ୍ଏସ୍: ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ଗ୍ରାମପଞ୍ଚାୟତ ବାଗୁଡି ଅଞ୍ଚଳରେ ଭୁଟୁ ସିଂଙ୍କ ୪ ବର୍ଷର ଶିଶୁ ପୁତ୍ରର ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ସୂଚନା ଥାଉକି ବାଗୁଡି ଅଞ୍ଚଳରେ ପଥର ଖାଦାନରୁ ବେଆଇନ ଭାବେ ପଥର ପରିବହନ କରାଯାଉଥିଲା। ଏହି ସମୟରେ ଓଡ଼ି-୦୧ଜେ-୬୭୫୭ ନାମକ ଗୋଟିଏ ପଥର ବୋଝେଇ ଟ୍ରକ ଶିଶୁ ପୁତ୍ର ଖେଳୁଥିବା ସମୟରେ ଉପରେ ଚଢ଼ି ଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଛି। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଗ୍ରସ୍ତ କରିଥିବା ଟ୍ରକକୁ ପୁଲିସ ଜବତ କରିଥିବା ବେଳେ ଡାଇଭର ଫେରାର ହୋଇଯାଇଛି।