ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ରାସ୍ତାର ଶରଧାପୁର ଛକ ନିକଟ ଗମ୍ଭାରିଆ ଗ୍ରାମର ତିନି ଭଉଣୀ ମୋବାଇଲରେ ଫଟୋ ଉଠାଉଥିବା ସମୟରେ ୩ଜଣ ଯୁବକ ସେମାନଙ୍କୁ ଅସଦାଚରଣ କରିବା ସହ ମୋବାଇଲ ଛଡାଇନେଇଥିଲେ। ଏନେଇ ପରିବାର ପକ୍ଷରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହେବାପରେ ପୁଲିସ ପହଞ୍ଚି ତିନିଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଇନ୍ଦ୍ର ନାଏକ, କେଶବ ନାଏକ ଏବଂ ବେଣୁଧର ନାଏକ।