ପୌରପରିଷଦର ସମୀକ୍ଷା ବୈଠକ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ପୌରପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ପୌରପାଳିକା ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ ସେବା ଗୁଡ଼ିକ ବିଷୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀଙ୍କ ସମେତ ପୌରପରିଷଦର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ପୌରପରିଷଦ ଦ୍ୱାରା ପରିଚାଳନା କରାଯାଉଥିବା ବିଭିନ୍ନ ଯୋଜନା ଏବଂ ସେବା ଯଥା – ଉନ୍ନତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ), ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍, ଜାଗା ମିସନ୍, ସହରାଞ୍ଚଳ ଆଲୋକିକରଣ, ସାମାଜିକ ଭତ୍ତା ବଣ୍ଟନ, ପଲିଥିନ୍ ବନ୍ଦ ଇତ୍ୟାଦି ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।  ସହରକୁ ଆବର୍ଜନା ଏବଂ ପଲିଥିନ ମୁକ୍ତ ସହର ଭାବରେ ଗଢିତୋଳିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର  ଗୁରୁତ୍ୱ ପ୍ରଦାନ କରିଥିଲେ।