‘ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ’ କାର୍ଯ୍ୟକ୍ରମ ଆୟୋଜିତ

ମାଲକାନଗିରି,କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ବାଲିମେଳା ଏନ୍ଏସିର ସ୍ୱାମୀ ବିବେକାନନ୍ଦ କ୍ଲବଠାରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ‘ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କ୍ଲବର ସମସ୍ତ ସଦସ୍ୟ ଏନଏସିର ବିଭିନ୍ନ ୱାର୍ଡ ବୁଲି ସଫେଇ କରିଥିଲେ। ଏହାସହ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ, ବୃକ୍ଷରୋପଣ, ଅଳିଆ ଏଣେତେଣେ ପକାଇବା ନାହିଁ, ଡଷ୍ଟବିନ ବ୍ୟବହାର ନେଇ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଏଚପିସିର ମ୍ୟାନେଜର ବିଜୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କ୍ଲବର ସଭାପତି ସୀମାଞ୍ଚଳ ପ୍ରଧାନ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ନେହରୁ ଯୁବ କେନ୍ଦ୍ର ସଂଯୋଜକ ଜଗା ଜାନୀଙ୍କ ଅଧ୍ୟକ୍ଷତାରେ ମାସ୍କ ଏବଂ ଡଷ୍ଟବିନ୍ ବଣ୍ଟନ କରାଯାଇଥିଲା। ରାକେଶ ସିଂ, ମନୋଜ ଖିଲ, ସରୋଜ ନାୟକ, ଏମ୍ ସରିଫ, ପଙ୍କଜ ପାଙ୍ଗି, ଶ୍ରୀକାନ୍ତ ବେହେରାଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।