ଦିନକରେ ଦେଶରେ ଚିହ୍ନଟ ହେଲେ ଆଉ ୧୩,୨୦୩ କରୋନା ଆକ୍ରାନ୍ତ, ୧୩୧ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପାଉଛି। ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧୩,୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୬୭ ହଜାର ୭୩୬ରେ ପହଞ୍ଚିଛି। ସେହିପରି ଆଉ ୧୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ମୋଟ କରୋନା ସଂକ୍ରମଣ ମଧ୍ୟରୁ ୧ ଲକ୍ଷ ୮୪ ହଜାର ୧୮୨ ଜଣ ଚିକିତ୍ସାଧୀନ ଥିବା ସହ ୧ ଲକ୍ଷ ୫୩ ହଜାର ୪୭୦ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ୧୩,୨୯୮ ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୩୦ ହଜାର ୮୪ରେ ପହଞ୍ଚିଛି।