ଆମେରିକା ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦରେ ୪ ଭାରତୀୟ-ଆମେରିକୀୟ ନିଯୁକ୍ତ

ୱାସିଂଟନ୍,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଶକ୍ତି ବିଭାଗରେ ଆଜି ୧୯ଟି ବରିଷ୍ଠ ସ୍ଥରୀୟ ନିଯୁକ୍ତି ପ୍ରଦାନ କରିଛି। ଏଥିରେ ୪ ଜଣ ଭାରତୀୟ-ଆମେରିକୀୟଙ୍କୁ ଶକ୍ତି ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ କରାଯାଇଛି।
ଏହି ମଧ୍ୟରେ ତାରକ ଶାହାଙ୍କୁ ଷ୍ଟାଫ୍ ମୁଖ୍ୟ ଭାବେ ନିଯୁକ୍ତ ଦିଆଯାଇଛି, ଫଳରେ ଏହି ପଦରେ ସେ ପ୍ରଥମ ଭାରତୀୟ-ଅମେରିକୀୟ ଭାବେ ନିଯୁକ୍ତି ପାଇଛନ୍ତି।

ଜଳବାୟୁ ସଂକଟର ମୁକାବିଲା କରିବା ଏବଂ ଏକ ସମାନ ସ୍ୱଚ୍ଛ ଶକ୍ତି ଭବିଷ୍ୟତ ଗଠନ ପାଇଁ ଏହି ଦକ୍ଷ ତଥା ବିବିଧ ସରକାରୀ କର୍ମଚାରୀମାନେ ରାଷ୍ଟ୍ରପତି ବାଇଡେନଙ୍କ ଲକ୍ଷ ପୂରଣ କରିବେ ବୋଲି ତାରକ ଶାହା କହିଛନ୍ତି। ସେ ଆହୁରି କହିଛନ୍ତି କି, ସେମାନଙ୍କର ପାରଦର୍ଶିତା, ଅଭିଜ୍ଞତାର ବ୍ୟାପକତା ଏବଂ ବିଜ୍ଞାନର ଅନୁସରଣ କରି ଏହି ଶକ୍ତି ବିଭାଗରେ ନିଯୁକ୍ତ ବ୍ୟକ୍ତିମାନେ ଏକ ସ୍ୱଚ୍ଛ ଶକ୍ତି ଅର୍ଥନୀତି ସୃଷ୍ଟି କରିବାରେ ସହଯୋଗ କରିବେ, ଯାହା ଲକ୍ଷ ଲକ୍ଷ ଭଲ ବେତନ ପ୍ରାପ୍ତ ଆମେରିକୀୟ ଚାକିରି ଉତ୍ପାଦନ କରିବ ଓ ଆମେରିକାର ଭବିଷ୍ୟତକୁ ସୁରକ୍ଷିତ କରିବ।