କାଠ ବୋଝେଇ ଟ୍ରକ୍ ଅଟକ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ବ୍ଲକ୍ ମହାଦେଇପୁଟ ଗ୍ରାମବାସୀଙ୍କ ଦ୍ୱାରା ଏକ କାଠ ବୋଝେଇ ଟ୍ରକ୍ ଅଟକ ରଖାଯାଇଛି। ଜୈନିକ ବ୍ୟକ୍ତି ଏକ ଟ୍ରକରେ ବେଆଇନ୍ ଭାବେ ଗଛ କାଟି କାଠ ଚାଲାଣ କରୁଥିବା ଜାଣିପାରି ଗ୍ରାମବାସୀ ଟ୍ରକକୁ ଅଟକାଇ ପଚରାଉଚୁରା କରିଥିଲେ। ଚାଲାଣ ହେଉଥିବା କାଠର କୌଣସି କାଗଜପତ୍ର ନଥିବା ଜଣାପଡ଼ିବା ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।