ଜୟପୁର,ଏନ୍ଏନ୍ଏସ୍: ବିଧାୟକ ତାରାପ୍ରସାଦ ବାହିନୀପତି ଜୟପୁର ଏୟାରଷ୍ଟ୍ରୀପ୍ ପରିଦର୍ଶନ କରି ଉନ୍ନତିକରଣ କାର୍ଯ୍ୟ ତଦାରଖ କରିଛନ୍ତି। ପରିଦର୍ଶନ ସମୟରେ ବାହିନୀପତି ଆର୍ ଏଣ୍ଡ ବି ଜୟପୁର ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ. ଭାସ୍କର ଚନ୍ଦ୍ର ସାମନ୍ତରାୟଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଉନ୍ନତିକରଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବ ନିର୍ଦ୍ଧାରିତ ୨ସି ବିମାନ ଚଳାଚଳ ପରିବର୍ତ୍ତେ ଜୟପୁରକୁ ୩ସି ବିମାନ ଚଲାଇବାକୁ ସେ କେନ୍ଦ୍ରକୁ ଦାବି ଜଣାଇଛନ୍ତି।