ରାଜଧାନୀରୁ ଆଉ ୫ ପଜିଟିଭ ଚିହ୍ନଟ, ୭ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୮୩୨କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩୧୩୬୨ଜଣ ସୁସ୍ଥ ହୋଇଥିବା ବେଳେ ୨୪୫ଜଣଙ୍କର ମୃତ୍ୟୁ ହୋଇଛି। ୨୦୪ ଜଣ ଚିକିତ୍ସାଧୀନ ଅଛନ୍ତି।

ତେବେ ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ଜଣେ ଚିହ୍ନଟ ହୋଇଥିବାବେଳେ ୪ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ସେହିଭଳି ଆଜି ଭୁବନେଶ୍ୱରରୁ ୭ ଜଣ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।