‘ଚଲୋ ବୁଲାବା ଆୟା ହେ’ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ନିଧନ

ନୂଆଦିଲ୍ଲୀ: ଭଜନ ଗାୟକ ଭାବେ ପରିଚିତ ଥିବା ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନରୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ନ ୧୨ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ‘ଚଲୋ ବୁଲାବା ଆୟା ହେ’ ଓ ‘ଔ ଜଙ୍ଗଲ କେ ରାଜା ମେରେ ଭୈୟା କୋ ଲେକେ ଆଜା’ ଭଳି ଗୀତ ତାଙ୍କ ହିଟ ଲିଷ୍ଟରେ ରହିଛି।

ନରେନ୍ଦ୍ର ତାଙ୍କ ବାୟୋଗ୍ରାଫି ‘ମିଡନାଇଟ ସିଙ୍ଗର’ରେ ନିଜ ଜୀବନ ଯାତ୍ରା ସମ୍ପର୍କରେ କିଛି ଲେଖିଛନ୍ତି। ସେ ପ୍ରତ୍ୟେକ ବର୍ଷ ଡିସେମ୍ବର ୨୯ରେ ବୈଷ୍ଣବ ଦେବୀ ଯାଉଥିଲେ ଓ ବର୍ଷର ଶେଷ ଦିନ ସେଠାରେ ସଙ୍ଗୀତ ପରିବେଷଣ କରିଥିଲେ।