ବାଇଡେନଙ୍କ ପ୍ରଥମ ଭାଷଣରେ ମୁଗ୍ଧ ହେଲେ ଲୋକେ

ୱାଶିଂଟନ,ଏଜେନ୍ସି: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ ଶପଥଗ୍ରହଣ କରିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଭାଷଣରେ ବାଇଡେନଙ୍କ ବିଚାରଧାରାକୁ ଗଣମାଧ୍ୟମଗୁଡିକ ଉଚ୍ଚ ପ୍ରଶଂସା କରିଛନ୍ତି। ‘ଦି ୱାଶିଂଟନ ପୋଷ୍ଟ’ର ୱେବସାଇଟରେ ପ୍ରଥମ ପୃଷ୍ଠାରେ ବଡ ଅକ୍ଷରରେ ଲେଖାଯାଇଛି ‘ହିଷ୍ଟ୍ରି ମେଡ, ଦି ୱାର୍କ ବିଗିନ୍ସ’ (ଇତିହାସ ସୃଷ୍ଟିହେଲା, ଏବେ କାମ ଆରମ୍ଭ)। ସେହିପରି ନ୍ୟୁୟର୍କ ଟାଇମ୍ସର ୱେବସାଇଟରେ ବାଇଡେନ୍ଙ୍କ ଶପଥଗ୍ରହଣ ସମ୍ପର୍କିତ ଖବରରେ କୁହାଯାଇଛି, ଡେମୋକ୍ରାସି ହାଜ୍ ପ୍ରିଭେଲ୍ସ (ଗଣତନ୍ତ୍ରର ବିଜୟ ହେଲା)। ରକ୍ଷଣଶୀଳ ଦଳର ସମର୍ଥକ ଭାବେ ପରିଚିତ ଫକ୍ସ ନ୍ୟୁଜର ରବିବାର କାର୍ଯ୍ୟକ୍ରମର ଆଙ୍କର କ୍ରିସ୍ ୱାଲେସ୍ କହିଛନ୍ତି, ଅଧା ଉପଦେଶ, ଅଧା ପ୍ରୋତ୍ସାହନମୂଳକ ଭାଷଣ। ମୁଁ ଏପର୍ଯ୍ୟନ୍ତ ଶୁଣିଥିବା ସବୁଠାରୁ ଭଲ ଶପଥଗ୍ରହଣ ଭାଷଣ ବୋଲି ସେ କହିଛନ୍ତି। ସିଏନଏନରେ ଏବି ଫିଲିପ୍୍ କହିଛନ୍ତି, ଏହା କୌଣସି ପକ୍ଷପାତ ପୂର୍ଣ୍ଣ ଭାଷଣ ନଥିଲା। ଏଥିରେ କୌଣସି ବିଚାରଗତ ସୀମା ଉଲ୍ଲଘଂନ କରାଯାଇନାହିଁ। ଏହା ଶାଳୀନତା ଓ ଶିଷ୍ଟାଚାରପୂର୍ଣ୍ଣ ଭାଷଣ। ଏଥିରେ ଗଣତନ୍ତ୍ର ସହ ଜଡିତ ପ୍ରସଙ୍ଗ ରହିଥିଲା। କିନ୍ତୁ ଏଥିରେ ରାଜନୀତି ନଥିଲା। ଉଲ୍ଲେଖଯୋଗ୍ୟ ବାଇଡେନ୍ଙ୍କର ଭାଷଣର ଲେଖକ ଥିଲେ ଭାରତୀୟ ବଂଶୋଦ୍ଭବ ତେଲେଙ୍ଗାନାର ବିନୟ ରେଡ୍ଡୀ।