ମାନିଲା,ଏଜେନ୍ସି: ଫିଲିପାଇନ୍ସର ଦକ୍ଷିଣାଞ୍ଚଳ ଡାଭାଓରେ ଗୁରୁବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୂଦ୍ର ଭିତରେ ୯୫.୮ କିଲୋମିଟର ଗଭୀରରେ ଚିହ୍ନଟ ହୋଇଛି।
ସାଧାରଣତଃ ୭ ରୁ ୭.୯ ତୀବ୍ରତାର ଭୂକମ୍ପ ହେଲେ ବଡ ବଡ କୋଠା ଭୂଶୁଡି ପଡିଥାଏ। ତେବେ ଏହି ଭୂକମ୍ପରେ କେତେ ଧନଜୀବନ ନଷ୍ଟ ହୋଇଛି ତାର ରିପୋର୍ଟ ଜଣାପଡିନାହିଁ। ସୁନାମି ଆଲର୍ଟ ଜାରି କରାଯାଇନାହିଁ। ଭୂକମ୍ପ କାରଣରୁ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ। ଉଲ୍ଲେଖଯୋଗ୍ୟ ୧୯୯୦ରେ ଫିଲିପାଇନ୍ସର ଉତ୍ତରାଞ୍ଚଳରେ ୭.୭ ତିବ୍ରତାର ଭୂକମ୍ପ ଘଟିବାରୁ ୨ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା।