୭ ମାସ ଧରି ଚୀନ୍ ବନ୍ଦରରେ ଥିବା ୨୩ ଭାରତୀୟ ନାବିକ ଫେରିଲେ

ମୁମ୍ବାଇ/ବେଜିଂ,ଏଜେନ୍ସି: ଦୀର୍ଘ ୭ ମାସ ଧରି ଚୀନର ଏକ ବନ୍ଦରରେ ଅଟକିଥିବା ୨୩ ଜଣ ଭାରତୀୟ ନାବିକ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କରୋନା ମହାମାରୀ ଯୋଗୁଁ ଚୀନର ଏକ ବନ୍ଦରକୁ ସେମାନଙ୍କୁ ପ୍ରବେଶ ଅନୁମତି ମିଳିନଥିଲା। ‘ଏମଭି ଜଗ୍ ଆନନ୍ଦ’ ନାମକ ଏହି ପଣ୍ୟବାହୀ ଜାହାଜଟି ଚୀନ୍ ବନ୍ଦରରେ ଲଙ୍ଗର ପକାଇଥିଲେ ସୁଦ୍ଧା ଚୀନ୍ ସରକାର ସେମାନଙ୍କୁ ବନ୍ଦରରେ ଓହ୍ଲାଇବାକୁ କିମ୍ବା ଜାହାଜର କର୍ମଚାରୀ ବଦଳାଇବାକୁ ଅନୁମତି ଦେଇନଥିଲେ। ଫଳରେ ଜାହାଜ ସହ ଏହି ନାବିକମାନେ ମଝି ସମୁଦ୍ରରେ ଡେରା ପକାଇବା ସହ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରିଥିଲେ। ଜାହାଜ ଚଳାଚଳ ଓ ବିଦେଶ ମନ୍ତ୍ରଣାଳୟର ଉଦ୍ୟମ ଯୋଗୁଁ ଏହି ୨୩ଜଣ ନାବିକ ବୁଧବାର କେରଳର କୋଚିନ ବନ୍ଦରରେ ପହଞ୍ଚିଛନ୍ତି।