ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ରୁକ୍ମଣିଗୁଡ଼ା ଗ୍ରାମର ଜଣେ ଯୁବକ ଫାଶି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗ୍ରାମର ଦେବେନ ହାଂସଦା (୩୫) ନାମକ ବ୍ୟକ୍ତି ଘରଠାରୁ ପ୍ରାୟ ୪ କିମି ଦୂରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଫାଶି ଦେଇଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗ୍ରାମର ଜଣେ ମହିଳା ତାଙ୍କୁ ବହୁ ଗାଳି ଗୁଳଜ କରିବା ସହ ଗ୍ରାମରୁ ବାହାରିଯିବାକୁ କହିବାରୁ ସେ ଚାପଗ୍ରସ୍ତ ରହୁଥିଲେ। ଏଥିଯୋଗୁ ଦେବେନ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ମୃତକଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।