ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସେବାୟତଙ୍କୁ ମାଗଣାରେ କରୋନା ଟିକା ମିଳୁ। ଏନେଇ ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛନ୍ତି। ବିନା କୋଭିଡ ରିପୋର୍ଟରେ ପ୍ରତିଦିନ ସହସ୍ରାଧିକ ଭକ୍ତ ଶ୍ରୀମନ୍ଦିର ଆସୁଥିବାରୁ ସେବାୟତଙ୍କ ସୁରକ୍ଷା ଦୃଷ୍ଟିରୁ ଟିକା ଦିଆଯିବା ଉଚିତ ବୋଲି ପ୍ରଶାସନ କହିଛି। ସେବାୟତଙ୍କ ସମେତ ତାଙ୍କ ପରିବାରକୁ ମଧ୍ୟ ଟିକା ଦେବାକୁ ଅନୁରୋଧ କରାଯାଇଛି।