ବଲାଙ୍ଗିର,ସଇଁନ୍ତଳା/ଏନ୍ଏନ୍ଏସ୍: ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଖଇର ଓ କୁଡ୍ଡୁ କାଠ ଜବତ ହୋଇଛି। ଚୋରା ଚାଲାଣ ବେଳେ ଧରିଛି ବଲାଙ୍ଗିର ବନ ବିଭାଗ। ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ସାଲେଭଟା ଠାରେ ଗାଡି ଜବତ ସହ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଖବର ଅନୁଯାୟୀ କଣ୍ଟାବାଞ୍ଜି ଚନାବାହାଲ ଅଞ୍ଚଳ ଜଙ୍ଗଲରୁ ଏକ ଟ୍ରକ ଭର୍ତ୍ତି ମୂଲ୍ୟବାନ କାଠ ସମ୍ବଲପୁର ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଡିଏଫଓଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ବଲାଙ୍ଗିର-ପାଟଣାଗଡ଼ ରାସ୍ତାରେ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଟ୍ରକଟି ଦ୍ରୁତ ଗତିରେ ଚାଲିଯାଇଥିଲା। ପରେ ବନବିଭାଗ ସାଲେଭାଟା ଠାରେ ରାସ୍ତା ସିଲ କରି ଟ୍ରକକୁ ଅଟକାଇଥିଲା।
ଟ୍ରକ ଡ୍ରାଇଭର ସମେତ ୨ ଜଣକୁ ଗିରଫ କରାଯାଇଛି। କଣ୍ଟାବାଞ୍ଜିର ଚନାବାହାଲ ଜଙ୍ଗଲରୁ ମୂଲ୍ୟବାନ କାଠ ଚୋରା ଚାଲାଣ ହୋଇଥିବା ଜଣାପଡିଛି। ଜବତ କାଠର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ଗିରଫ ୨ ଜଣ ହେଲେ ଟ୍ରକ୍ ଡ୍ରାଇଭର ଲିପୁନ୍ ଦିପ ଓ ପଟଣାଗଡ଼ ଚାଉଲଦୋରୋ ଗାଁର କାଠ ମାଫିଆ ପ୍ରମୋଦ ପୋଢ଼ ବୋଲି ଜଣାପଡିଛି। ଟ୍ରକ୍ ମାଲିକ ହେଲେ ସମ୍ବଲପୁରର ଅନିଲ କୁମାର ସାହ।
ସେହିପରି ବଲାଙ୍ଗିର ଜିଲ୍ଲା ସାଲେଭଟାଠାରେ ବିପୁଳ ପରିମାଣର ଖଇର ଓ କୁଡଡୁ କାଠ ବୋଝେଇ ଟ୍ରକ୍ ଜବତ ହୋଇଛି। ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ବରେ ସାଲେଭଟା ଠାରେ ଏହି ଚଢ଼ଉ କରାଯାଇଥିବା ବେଳେ ଏଥିରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଦେଓଗାଁ ବ୍ଲକ୍ ବନ୍ଧପଡା ଅଞ୍ଚଳରୁ ବେଆଇନ ଭାବେ ସମ୍ବଲପୁର ଅଭିମୁଖେ ଚୋରାଚାଲାଣ କରାଯାଉଥିଲା। ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବନବିଭାଗ ଚଢ଼ଉ କରିଥିଲା।
ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୬ ଲକ୍ଷ ହେବା ନେଇ ଡିଏଫଓ ସୂଚନା ଦେଇଛନ୍ତି। ଗିରଫ ୨ ଜଣ ହେଲେ ଟ୍ରକର ଡ୍ରାଇଭର ଲିପୁନ୍ ଦିପ ଓ ହେଲପର୍ ପ୍ରମୋଦ ଷାଣ୍ଢ। ଟ୍ରକ୍ ମାଲିକ ଜଣଙ୍କ ସମ୍ବଲପୁରର ଅନିଲ କୁମାର ସାହା। ଜବତ କାଠ ବୋଝେଇ ଟ୍ରକଟିକୁ ବଲାଙ୍ଗିର ନର୍ସରୀରେ ରଖାଯାଇଥିବା ବେଳେ ଗିରଫ ଅଭିଯୁକ୍ତ ୨ ଜଣଙ୍କୁ ବଲାଙ୍ଗିର ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇ ଅଧିକ ପଚରା ଉଚୁରା ଜାରି ରହିଥିବା ନେଇ ବଲାଙ୍ଗିର ଡିଏଫଓ ସମୀର ଶତପଥୀ ସୂଚନା ଦେଇଛନ୍ତି।