ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଖେଳାଳିଙ୍କୁ ଉତ୍ସାହିତ କଲେ ବରଗଡ଼ ସାଂସଦ

ଝାରସୁଗୁଡ଼ା,ବ୍ରଜରାଜନଗର,ଏନ୍ଏନ୍ଏସ୍: ସ୍ଥାନୀୟ ଓରିଏଣ୍ଟ କୋଲିଆରି ଖେଳ ପଡ଼ିଆରେ ଆମ୍ବିସନ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜି ଫାଇନାଲ ମ୍ୟାଚରେ ରାଉରକେଲା ଜିମ ଖାନା କ୍ଲବ ସହ ରକମ୍ୟାନ ଏକାଡେମୀ ରାଞ୍ଚିକୁ ୬୩ ରନରେ ପରାଜିତ କରି ଚାମ୍ପିଆନ ହୋଇଛି। ଉଦଯାପନୀ ଉତ୍ସବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ଓଡ଼ିଶା କ୍ରିକେଟ ଆସୋସିଏସନର ଯୁଗ୍ମ ସମ୍ପାଦକ ମେହେତାବ ଖାନ, ଓରିଏଣ୍ଟ କୋଇଲା ଖଣି ସବ ଏରିଆ ମେନେଜର ଜେ କେ ସିହ୍ନା, ଆମ୍ବିସନ କ୍ଲବର ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ସଞ୍ଜୟ ଦୁବେ, ସୁବ୍ରତ ଚୈନି ଓ ଅନିରୁଦ୍ଧ କେୱଟ ପ୍ରମୁଖ ଉପସ୍ଥିତ ଥିଲେ।