ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସଦରଥାନା ଅନ୍ତର୍ଗତ ମରାକୁଟା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାର ଦୁଃଖଦ ଅନ୍ତ ଘଟିଛି। ଗତ ୧୫ ତାରିଖ ପ୍ରେମିକର ମୁତ୍ୟୁ ହୋଇଥିବାବଳେ ଏହାର ୪ଦିନ ପରେ ଗତକାଲି ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକା ଆଖି ବୁଜିଛନ୍ତି। ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ଗ୍ରାମ ସାଲେଟିକ୍ରା ଗ୍ରାମର ମିନୁ କାଲୋ (୧୯) ଓ ଗୋବର୍ଦ୍ଧନ ଓରାମ(୩୦) ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ଉଭୟ ଭିନ୍ନ ଜାତିର ହୋଇଥିବାରୁ କାଳେ ପରିବାର ଲୋକେ କାଳେ ମନା କରିବେ ସେହି ଆଶଙ୍କାରେ ଗତ ୧୨ ତାରିଖ ରାତ୍ରୀରୁ ଦୁହେଁ ଘର ଛାଡ଼ି ଚାଲି ଯାଇଥିଲେ। ହେଲେ ସେମାନେ ଦୂରକୁ ନଯାଇ ମରାକୁଟା ପାଖରେ ଏକ ବୁଦାଳିଆ ନିଛାଟିଆ ସ୍ଥାନରେ ରହି ଯାଇଥିଲେ। କୁଆଡ଼େ ଯିବେ, କ’ଣ କରିବେ ତାହା ସ୍ଥିର କରିନପାରି ଉଭୟେ ବିଷପାନ କରିଥିଲେ। ଦୀର୍ଘ ସମୟ ପରେ ବିଷର ପ୍ରତିକ୍ରିୟା ହୋଇ ପ୍ରେମିକଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଯୁବତୀ ଜଣକ ଆଉ ସହ୍ୟ କରି ନ ପାରି ଘରକୁ ଫୋନ କରି ଘଟଣା ସମ୍ପର୍କରେ କହିବାରୁ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ସଦର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ସେଠାରୁ ବୁର୍ଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।