ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାଣିପାଗ ଯନ୍ତ୍ର ସ୍ଥାପିତ

ନବରଙ୍ଗପୁର,ଏନ୍ଏନ୍ଏସ୍: ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଭାରତ ପାଣିପାଗ ବିଜ୍ଞାନ ବିଭାଗ ଇଞ୍ଜିନିୟରଙ୍କ ଦ୍ୱାରା ନୂତନ ଭାବେ ସ୍ୱୟଞ୍ଚାଳିତ ପାଣିପାଗ ଯନ୍ତ୍ର ସ୍ଥାପନ କରାଯାଇଛି। ଇଞ୍ଜିନିୟର ଶ୍ରଦ୍ଧାନନ୍ଦ ବିଶ୍ୱାଳ, ରଞ୍ଜନ କୁମାର ମହାପାତ୍ରଙ୍କ କହିବାନୁସାରେ, ଏହି ଯନ୍ତ୍ର ଦ୍ୱାରା ବର୍ଷାର ପରିମାଣ, ବାୟୁର ତାପମାତ୍ରା, ପବନର ବେଗ ଓ ଗତି ବାୟୁର ଆଦ୍ରତା ଆଦିର ସଠିକ ଭାବେ ସୂଚନା ମିଳିପାରିବ।