୨୩ରେ କୋଲକାତା ଯିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୩ ତାରିଖରେ ପଶ୍ଚିମବଙ୍ଗ ଗସ୍ତ କରିବେ। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଜ୍ୟ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଛନ୍ତି ଯେ, ଜାନୁଆରୀ ୨୩ରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ମୋଦୀ ଉଦଘାଟନ କରିବେ।

ପ୍ରହ୍ଲାଦ ଆହୁରି କହିଛନ୍ତି ଯେ, ଜାନୁଆରୀ ୨୩ ତାରିଖରେ ହେବାକୁ ଥିବା ‘ପରାକ୍ରମ ଦିବସ’ରେ କୋଲକାତା ସହ କଟକ ଓ ହରିପୁରାରେ ମଧ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ଆଇଏନ ସୈନିକଙ୍କୁ ସମ୍ମାନିତ କରାଯିବ। ନେତାଜୀଙ୍କ ପତ୍ରକୁ ସମ୍ପାଦିତ କରି ପୁସ୍ତକ ରୂପରେ ପ୍ରକାଶିତ କରାଯିବ। ନେତାଜୀଙ୍କ ନାମରେ ଏକ୍ସପ୍ରେସ ଟ୍ରେନ ଚଲାଯିବ।