ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ସରୋଜିନୀ କୋଚିଂ ସେଣ୍ଟରରେ ଯୁବ ରେଡକ୍ରସ ପକ୍ଷରୁ ବାଲ୍ୟ ବିବାହ ରୋକିବାକୁ ଏକ ସଚେତନତା ଶିବିର ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୋଚିଂ ସେଣ୍ଟରର ସଂଯୋଜକ ହରିଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ଯୁବ ରେଡକ୍ରସର ସମ୍ପାଦକ ତଥା ଆବାହକ ଡ. ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ ବାଲ୍ୟ ବିବାହର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହାର ଅପକାରିତା ସମ୍ପର୍କରେ ବୁଝାଇଥିଲେ।
ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବାଲ୍ୟ ବିବାହକୁ ରୋକିବା ପାଇଁ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବୟସ ପୂର୍ବରୁ ବିବାହ ନକରିବାକୁ ଶପଥ ନେଇଥିଲେ।