ଘରେ କେହି ନ ଥିବାବେଳେ କଳାକନା ବୁଲାଇଲେ ଲୁଟିଆ

ରାୟଗଡ଼ା,ଏନ୍ଏନ୍ଏସ୍: ଘରେ କେହି ନଥିବା ଅବସ୍ଥାରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ସ୍ଥାନୀୟ ରିଙ୍ଗ ରୋଡ୍ ସ୍ଥିତ ଶ୍ରୀନିବାସ ପଟ୍ଟନାୟକଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କେହି ଲୁଟିଆ ଦଳ ପ୍ରାୟ ୨ ଲକ୍ଷ ଟଙ୍କା ଓ ୩ ତୋଳା ସୁନା ଗହଣା ଚୋରି କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି।

ଉକ୍ତ ଘର ଲୋକେ କୌଣସି ଜରୁରୀ କାମରେ ପଡୋଶୀ ରାଜ୍ୟ ଆନ୍ଧ୍ରକୁ ଯାଇଥିବାବେଳେ ଦୁର୍ବୃତ୍ତ ଏହାର ସୁଯୋଗ ନେଇ ତାଙ୍କ ଘରେ ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ଚୋରି ମାମଲା ଦାଏର ହେବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଚାଳାଇଥିବା ଜଣାପଡ଼ିଛି।