Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଅଷ୍ଟ୍ରେଲିଆ ଆଶେସ ବଜାୟ ରଖିଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଅଷ୍ଟ୍ରେଲିଆ ଆଶେସ ବଜାୟ ରଖିଲା

ଓଲ୍ଡ ଟ୍ରାଫୋର୍ଡ,୮ା୯/ଏଜେନ୍ସି: ଷ୍ଟିଭ୍ ସ୍ମିଥଙ୍କ ବ୍ୟାଟିଂ ଏବଂ ପ୍ୟାଟ କମିନଙ୍କ ଘାତକ ବୋଲିଂ ସହାୟତାରେ ଏଠାରେ ରବିବାର ଶେଷ ହୋଇଥିବା ଚତୁର୍ଥ ଆଶେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୫ ରନ୍ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ ୨-୧ରେ ସିରିଜ୍ ଆଗୁଆ ରହିଛି। ସିରିଜ୍ର ୫ମ ତଥା ଶେଷ ଟେଷ୍ଟରେ ପରାଜିତ ହେଲେ ମଧ୍ୟ ନିୟମ ଅନୁଯାୟ ଅଷ୍ଟ୍ରେଲିଆ ଆଶେସ୍ ବଜାୟ ରଖିବାରେ ସମର୍ଥ ହୋଇଛି। ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ପୂର୍ବ ଆଶେସ୍ ସିରିଜ୍ ଅଷ୍ଟ୍ରେଲିଆ ଜିତିଥିବାରୁ ଏଠାରେ ଦଳକୁ ଫାଇଦା ମିଳିଛି। ପ୍ରଥମ ଇନିଂସରେ ୨୧୧ ରନ୍ କରିଥିବା ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଏହି ସିରିଜ୍ର ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୨୫୨ ରନ୍ରେ ଏବଂ ତୃତୀୟ ଟେଷ୍ଟକୁ ଇଂଲଣ୍ଡ ୧ ୱିକେଟରେ ଜିତିଥିଲା। ସିରଜର ୫ମ ତଥା ଚୂଡାନ୍ତ ଟେଷ୍ଟ ଲଣ୍ଡନର କେନିଙ୍ଗଟନ ଓଭାଲରେ ଆସନ୍ତା ୧୨ରୁ ୧୬ ତାରିଖ ମଧ୍ୟରେ ଖେଳାଯିବ।

ଏହି ଟେଷ୍ଟରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ମ୍ୟାଚ୍ ଜିତିବାକୁ ଘରୋଇ ଇଂଲଣ୍ଡ ଆଗରେ ୩୮୩ ରନ୍ର ଟାର୍ଗେଟ ଦେଇଥିଲା। ଏହି ଟାର୍ଗେଟକୁ ପିଛା କରି ୫ମ ତଥା ଶେଷ ଦିନ ଖେଳରେ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୯୭ ରନ୍ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଜୋ ଡେନ୍ଲୀ ୫୩, ଜେସନ ରୟ ୩୧, ଜନ୍ନି ବେୟାରଷ୍ଟୋ ୨୫, ଜୋସ୍ ବଟ୍ଟଲର ୧୧୧ ବଲ୍ରେ ୩୪ ଏବଂ ଶେଷ ଖେଳାଳିଭାବେ ଆଉଟ ହୋଇଥିବା କ୍ରେଗ୍ ଓଭରଟନ ୧୦୫ ବଲ୍ରେ ୨୧ ରନ୍ କରିଥିଲେ ମଧ୍ୟ ଦଳକୁ ପରାଜୟର ରକ୍ଷା କରିବାରେ ସମର୍ଥ ହୋଇ ନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ କମିନ୍ସ ଘାତକ ବୋଲିଂ ପ୍ରଦର୍ଶନ କରି ୪ଟି ୱିକେଟ ଅକ୍ତିଆର କରିଥିଲେ। ଅଫ୍ ସ୍ପିନର ନାଥାନ ଲାୟନ ଏବଂ ଅନ୍ୟତମ ଫାଷ୍ଟ ବୋଲର ଜୋଶ୍ ହାଜ୍ଲେଉଡ୍ଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା। ଇଂଲଣ୍ଡର ପ୍ରତ୍ୟେକ ୱିକେଟ ହାସଲ କରିବାକୁ ଅଷ୍ଟ୍ରେଲିଆ ବୋଲରଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା।

ପୂର୍ବରୁ ଇଂଲଣ୍ଡ ୨ ୱିକେଟରେ ୧୮ ରନରୁ ଖେଳ ଆରମ୍ଭ କରି ସତର୍କତାର ସହ ବ୍ୟାଟିଂ କରିଥିଲେ ମଧ୍ୟ ଅଷ୍ଟ୍ରେଲିଆ ବୋଲରଙ୍କୁ ଉଚିତ ମୁକାବିଲା କରିପାରି ନଥିଲା। ୯୩ ରନରେ ଡେନଲୀଙ୍କୁ ୫ମ ଖେଳାଳିଭାବେ ହରାଇବା ପରେ ଇଂଲଣ୍ଡର ପରାଜୟ ସ୍ପଷ୍ଟ ହୋଇଯାଇଥିଲା। ଓଭରଟନ ଏବଂ ଜ୍ୟାକ୍ ଲିଚ୍ ସାହସିକ ବ୍ୟାଟିଂ କରି କିଛି ସମୟ ଲାଗି ଅଷ୍ଟ୍ରେଲିଆକୁ ନିରାଶ କରିଥିଲେ।