ରାଜଧାନୀରୁ ୫ ପଜିଟିଭ, ୭ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୮୦୮ରେ ପହଞ୍ଚିଛି।

ଏଥିମଧ୍ୟରୁ ୩୧୩୩୩ଜଣ ସୁସ୍ଥ ହୋଇଥିବାବେଳେ ୨୪୫ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୯ ଜଣ ଚିକିତ୍ସାଧୀନ ଅଥଛନ୍ତି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ୱାରେଣ୍ଟାଇନ ଚିହ୍ନଟ ହୋଇଥିବାବେଳେ ୨ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ସେହିପରି ଆଜି ଭୁବନେଶ୍ୱରରୁ ୭ଜଣ ସୁସ୍ଥ ହୋଇଛନ୍ତି।