ବୈପାରିଗୁଡା,ଏନ୍ଏନ୍ଏସ୍: ଗଞ୍ଜା ଲଢ଼େଇ ହେଉଥିବା ବେଳେ ବୈପାରିଗୁଡା ପୁଲିସ ଅତର୍କିତ ଚଢ଼ଉ କରି ୬ ଜଣଙ୍କୁ ଅଟକ ରଖିଛି। ଏଥିସହ ଘଟଣାସ୍ଥଳରୁ ଗୋଟେ ବାଇକ୍, ୫ଟି ସାଇକେଲ, ନଗଦ ୨୫ ଶହ ଟଙ୍କା, ଛୁରି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନିର୍ଦ୍ଦେଶକ୍ରମେ ସବ-ଇନ୍ସପେକ୍ଟର ଅସିତ୍ କୁମାର ବଳବନ୍ତରାୟ ଓ ଅନ୍ୟ ପୁଲିସ କର୍ମଚାରୀ ପାକନାଗୁଡା ଗ୍ରାମ ନିକଟରେ ଚାଲିଥିବା ଗଞ୍ଜା ଲଢ଼େଇ ସ୍ଥାନରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ଅନେକ ଜୁଆଡି ଚମ୍ପଟ ମାରିଥିବାବେଳେ ପୁଲିସ ୬ ଜଣଙ୍କୁ କାବୁ କରିଛି। ଗଞ୍ଜା ଲଢ଼େଇରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ୭ ଓପିଜି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି।