ନୂଆଦିଲ୍ଲୀ: ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ‘କୋଭିସିଲ୍ଡ’ ଭ୍ୟାକ୍ସିନ ଲଗାଇଛନ୍ତି। ଭ୍ୟାକ୍ସିନ ଲଗାଇବାର ଖୁସି ପୁନାୱାଲା ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି। ପୁନାୱାଲା ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହ ସମଗ୍ର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଁ ଏହି ଐତିହାସିକ ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ପୁନାୱାଲା କହିଛନ୍ତି।