ନିଶ୍ଚିନ୍ତକୋଇଲି,ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲିର ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ନିର୍ବାଣ’ ଆନୁକୂଲ୍ୟରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଏକ ସ୍ମୃଚିଚାରଣ ସଭା ଅନୁଷ୍ଠିତ ହୋଇଯାଇଛିା ସାମ୍ବାଦିକ ସୁରେନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ, ପ୍ରଭାବ ସଂଗଠନର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ସାମ୍ବାଦିକ ରମେଶ ଚନ୍ଦ୍ର ଜେନା, ରଂଜିତ୍ ମଲ୍ଲିକ, ସୁକାନ୍ତ ମାଢେଇ, ନିରଞ୍ଜନ ବସ୍ତିଆ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସମାଜସେବା କ୍ଷେତ୍ରରେ ଶ୍ରୀ ରାଓଙ୍କ ଉଲ୍ଲେଖନୀୟ ଅବଦାନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। କଟକ ବକ୍ସିବଜାରରେ ଏକ ଚା’ ଦୋକାନ କରି ରୋଜଗାର କରୁଥିବା ଅର୍ଥକୁ ନିଜର ପରିବାର ଭରଣ ପୋଷଣ କରିବା ସହିତ ଅନାଥ, ନିସହାୟ ପିଲାମାନଙ୍କୁ ଘରେ ରଖି ଯତ୍ନନେଇ ସେମାନଙ୍କର ପାଠ ପଢା ସହିତ ଅନ୍ୟାନ୍ୟ ଶିକ୍ଷା ଦେଇ ସେ ବେଶ୍ ସୁନାମ ଅର୍ଜନ କରିଥିଲେ। ଦୁସ୍ଥ, ଗରିବ ରୋଗାକ୍ରାନ୍ତଙ୍କ ପାଇଁ ୨୧୭ ଥରରୁ ଅଧିକ ସ୍ୱେଚ୍ଛାକୃତ ରକ୍ତଦାନ କରି ବହୁ ରୋଗୀଙ୍କ ଜୀବନରକ୍ଷା କରିଛନ୍ତି। ଜଣେ ଅଣଓଡିଆ ହୋଇ ମଧ୍ୟ କଟକ ତଥା ଅନ୍ୟାନ୍ୟ ସ୍ଥାନରେ ସମାଜସେବା କରି ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା।