ଭଟିଲ, ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭଟଲିସ୍ଥିତ ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଦଧିବାମନଙ୍କ ମନ୍ଦିରରେ ମକର ସଂକ୍ରାନ୍ତି ପର୍ବ ପାଳିତ ହୋଇଯାଇଛି । ଭକ୍ତମାନେ ମହାପ୍ରଭୁଙ୍କ ଆବିର୍ଭାବସ୍ଥଳ ଚକ୍ର ପୁଷ୍କରିଣୀ ଚକ୍ରତୀର୍ଥଠାରେ ବୁଡ ପକାଇ ପ୍ରଭୁ ଦଧିବାମନଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ପ୍ରଭୁ ଦଧିବାମନଙ୍କ ଦୈନିକ ପୂଜାନୀତି ପହଡ଼ଭଙ୍ଗ, ଦ୍ୱାରଫିଟାନୀତି , ଅଖଣ୍ଡ ଦୀପ ପ୍ରଜ୍ୱଳନ, ମଇଲମ, ଅବକାଶ ନୀତି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ମଙ୍ଗଳ ଆରତୀପରେ ପ୍ରଭୁଙ୍କ ଛଡାଫୁଲ ଓ ତୁଳସୀ ଆଣି ଭକ୍ତ ପରମାନନ୍ଦଙ୍କ ସ୍ମୃତିପୀଠରେ ପୂଜାର୍ଚ୍ଚନା କରାଯାଇଥିଲା।