ନବରଙ୍ଗପୁର ସାଂସଦଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,ଏନ୍ଏନ୍ଏସ୍: ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମାଲକାନଗିରି ପୌର ପରିଷଦର ବିଭିନ୍ନ ୱାର୍ଡ ପରିଦର୍ଶନ କରିଛନ୍ତି। ପୌର ପରିଷଦର ୱାର୍ଡ ନମ୍ବର ୮,୧୭,୧୮ ର ଆଶୀର୍ବାଦ କଲୋନୀ, ବୁଟିଗୁଡା ଓ ନୁଆଗୁଡା ଗ୍ରାମରେ ପହଞ୍ଚି ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମାଲକାନଗିରି ପୌରପରିଷଦର ବାଲିସାଗର ,ପୋଖରୀ ପୁନଃରୁଦ୍ଧାର ଓ ଆଲୋକୀକରଣ ବ୍ୟବସ୍ଥା ପାଇଁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିରେ ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ରାଜୱନ୍ତ କୌର , ବିଜେଡି ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା , ପ୍ରଭାକର ପ୍ରଧାନ ସଂଗଠନ ସମ୍ପାଦକ ନୃସିଂହ ଚରଣ ମହାନ୍ତି, ଉପଦେଷ୍ଟା କେଶବ ନାୟକ, ପୂର୍ବତନ ପୌରଉପାଧ୍ୟକ୍ଷ ମନୋଜ ବାରିକ , ଯୁବ ନେତା ହୃଦାନନ୍ଦ ସାହୁ , ଯୁବ ବିଜେଡି ସଭାପତି ଆଡମା ରାୱା ପ୍ରମୁଖଙ୍କ ସହ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।