ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ସମସ୍ତ ପ୍ରକାର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଆଜି ଓଡ଼ିଶା ସରକାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ୧୦୦ କୋଟିରୁ ଉର୍ଦ୍ଧ ଟଙ୍କା ଜମି ବାବଦରେ ଦେବା ପାଇଁ ରାଜି ହୋଇଛନ୍ତି।
ତେଣୁ ନିକଟରେ ୧୫୫.୩୮ ଏକର ର ଜମିର ମୂଲ୍ୟ ଏବଂ ତା ସହିତ ୨୦.୫ ଏକର ସରକାରୀ ଜମି ଫ୍ରି ପ୍ରିମିୟମରେ ବୀର ସୁରେନ୍ଦ୍ର ସାଏ ବୀମାନବନ୍ଦରକୁ ଦେବା ପାଇଁ ସ୍ଥିର କରିଛନ୍ତି। ସେହପରି ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବମ୍ବେ ଏବଂ ବାଙ୍ଗାଲୋର ବିମାନ ଯିବା ପାଇଁ ଆବଶ୍ୟକ ହେଇଥିବା ଅଗ୍ନିଶମ ବାହିନୀ, ଓଡ଼ିଶା ସରକାର ଯୋଗାଇ ଦେବାସହ ବିମାନବନ୍ଦରର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଉନ୍ନତି ମୂଳକ କାର୍ଯ୍ୟପାଇଁ ମନ୍ତ୍ରୀ ଶ୍ରୀ ଦାସ ଝାରସୁଗୁଡ଼ା ଓ ପଶ୍ଚିମ ଓଡ଼ିଶାବାସୀଙ୍କ ପକ୍ଷରୁୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବାସହ କୃତଜ୍ଞତା ଜ୍ଞାପନ କରିଛନ୍ତି।