ଓଡ଼ିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧିହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର: କୋଇଲା ଖଣିର ସଂଚାଳନ ସହଜ କରିବା ପାଇଁ ଭାରତ ସରକାର କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ ହେବା ଫଳରେ ଖଣି ଲିଜ୍ ପ୍ରକ୍ରିୟାକରଣ ଶୀଘ୍ରହେବ। କୋଇଲା ଖଣିର କାର୍ଯ୍ୟକାରୀତା ସହଜ ହେବ। ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନରେ ବୃଦ୍ଧି ହେବା ସହ ଇଜ୍ ଅଫ୍ ଡୁଇଂ ବିଜନେସକୁ ମଧ୍ୟ ପ୍ରାଥମିକତା ଦେବ। ମୋଦୀ ସରକାରରେ ବିଗତ କିଛି ବର୍ଷ ମଧ୍ୟରେ କୋଇଲା କ୍ଷେତ୍ରରେ ଅନେକ ଗୁଡ଼ିଏ ସଂସ୍କାର ଅଣାଯାଇଛି। କ୍ଲିୟରାନ୍ସର ଶୀଘ୍ର ଅନୁମୋଦନ କୋଇଲା କ୍ଷେତ୍ରକୁ ଲାଭଦେବ, ଅଧିକ ନିଯୁକ୍ତି ସୃଷ୍ଟିକରିବା ସହ ଆତ୍ମନିର୍ମାଣ ଭାରତ ନିର୍ମାଣରେ ସହାୟକ ହେବ। ଏହା ସଙ୍ଗେସଙ୍ଗେ ଦେଶର ଅର୍ଥନୀତିକୁ ମଧ୍ୟ କୋଇଲା କ୍ଷେତ୍ର ଗତିଦେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।