ନୂଆଦିଲ୍ଲୀ,ଏଜେନ୍ସି: ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ ସୁପ୍ରିମକୋର୍ଟ। ଲଭ ଜିହାଦ ଅଧ୍ୟାଦେଶ ଉପରେ ଏବେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏନେଇ ଦୁଇ ରାଜ୍ୟ ସରକାର ନିଜର ପକ୍ଷ ରଖିବେ।
ଆଜି ଅଦାଲତରେ ଶୁଣାଣି ବେଳେ ସଲିସିଟର ଜେନେରାଲ କହିଛନ୍ତି, ଏହି ମାମଲାରେ ଶୁଣାଣି ହାଇକୋର୍ଟରେ ହେଉଛି। ତେବେ ହାଇକୋର୍ଟ ନଯାଇ ସିଧା ସର୍ବୋଚ୍ଚ ଅଦାଲତ କାହିଁକି ଆସିଲ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ସରକାର ଜବରଦସ୍ତି ଧର୍ମ ପରିବର୍ତ୍ତନ କରିବା, ପ୍ରଲୋଭିତ କରି ବିବାହ ବିରୋଧରେ ଅଧ୍ୟାଦେସ ଆଣିଥିଲେ।